ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ସଦର ଗୋପାଳପୁର ପଞ୍ଚାୟତ ପୁଟିଙ୍ଗ ଗ୍ରାମର ପୁଟିଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ।ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ସ୍ବାଧୀନତା ସଂଗ୍ରାମୀ ଗୋପାଳ ଚରଣ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସ୍କୁଲ କମିଟି ଓ ସ୍ଥାନୀୟ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ବିଦ୍ୟାଳୟ ପରିସରରେ ପିଣ୍ଡି ତିଆରି କରି ସ୍ବର୍ଗତ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ବେଳେ କେହି ଦୃବୁର୍ତ୍ତ ନିର୍ଜନ ରାତିରେ ପ୍ରତିମୂର୍ତ୍ତି ଅପହରଣ କରି ନେଇଛି ।ସକାଳୁ ଗ୍ରାମବାସୀ ଏଭଳି ଦୃଶ୍ୟକୁ ଦେଖିବା ପରେ ସ୍କୁଲ କମିଟିକୁ ଜଣାଇଥିଲେ ।ବିଦ୍ୟାଳୟର ଶିକ୍ଷକ ଓ ସ୍କୁଲ କମିଟିର ସଭାପତି ଉପ ସଭାପତି ଓ କିଛି ଗ୍ରାମବାସୀ ମିଳିତ ହୋଇ ସ୍ଥାନୀୟ କନକପୁର ଫାଣ୍ଡିରେ ଜଣାଇବା ସହିତ ଏକ ଲିଖିତ ଅଭିଯୋଗ ପରେ ତୁରନ୍ତ ଘଟଣା ସ୍ଥଳରେ ଫାଣ୍ଡି କର୍ମଚାରୀ ପହଞ୍ଚି ଖୋଳତାଡ଼ କରିଥିଲେ ।ଖୋଳତାଡ଼ କରିବା ସମୟରେ ନିକଟରେ ଥିବା ଏକ ଜଳାଶ୍ରୟ ପରିଷରରୁ ପ୍ରତିମୂର୍ତ୍ତିଟି ଉଧାର କରାଯାଇଥିଲା । ତେବେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଧରି ଦଣ୍ଡ ଦେବାପାଇଁ ଗ୍ରାମବାସୀ ମାନେ ଦାବି କରଛନ୍ତି ।
ବିଦ୍ୟାଳୟ ପରିସରରୁ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଅପହରଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











