ଭୁବନେଶ୍ୱର : ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିଜେଡିର ଟାର୍ଗେଟ ପ୍ରସଙ୍ଗ । ବିଜେଡିକୁ ସମାଲୋଚନା କଲେ ପୁଅ ତଥା ବିଜେପି ନେତା ପୃଥ୍ୱିରାଜ । ଯେଉଁ ମାନଙ୍କର ସମ୍ବିଧାନ ବିଷୟରେ ଜ୍ଞାନ ନାହିଁ , ମୁର୍ଖ ଏପରି କୁହନ୍ତି । ରାଜ୍ୟପାଳଙ୍କ କ୍ଷମତା ଯଦି ଜଣା ନାହିଁ , ବିଶାରଦଙ୍କ ପରାମର୍ଶ ନିଅନ୍ତୁ । ହାକିମଙ୍କ ନିଦେ୍ର୍ଦଶରେ ଗଣମାଧ୍ୟମରେ ଏପରି କହିଲେ ଭୁଲ ହୁଏ । ତାଙ୍କ ନେତାଙ୍କ ବାପା ବିଜୁ ପଟ୍ଟନାୟକ ମତେ ରାଜନୀତିକୁ ଆଣିଥିଲେ । ରାଜନୀତି କଣ , ନିଜ ରାଷ୍ଟ୍ର ପାଇଁ କେମିତି କରାଯାଏ ଜାଣିଛି । ତୋଷାମଦ କରି ଉପଲବ୍ଧି ପାଇବା ବିଜୁ ବାବୁ ଶିଖାଇ ନ ଥିଲେ । ମୋତେ ଉପଦେଶ ଦେବା ବିଜେଡି ନେତାଙ୍କ ଆବଶ୍ୟକତା ନାହିଁ ।
Views: 74