ଭୁବନେଶ୍ୱର : ବିଜେଡିକୁ ପୁଣି ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର । ଟାଇଟାନିକକୁ ସମ୍ପୁର୍ଣ୍ଣ ବୁଡାଇବୀ ପାଇଁ ବିଶ୍ୱସ୍ତରୀୟ ଯୋଜନା କହି ଟାର୍ଗେଟ । ନବୀନଙ୍କ ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟରେ ହମଲା । ନାଁ ନ ନେଇ ଶକ୍ତିନାନୀ କହି ସୁଜାତା ପାଣ୍ଡିଆନଙ୍କୁ ମାରିଲେ ତେର୍ଚ୍ଛା ବାଣ । ଶୁଣିବାକୁ ମିଳୁଛି ଶକ୍ତିନାନୀ କୁଆଡେ ଶକ୍ତି ଗୋଟାଉଛନ୍ତି । ଦଳରେ ମିଶି ରାଜ୍ୟସଭା ଯିବାକୁ ଗୋଟାଉଛନ୍ତି ଶକ୍ତି । ଏଣ୍ଟ୍ରି ହୋଇଗଲେ ପୁଣି ହେବ ନୂଆ ସମୀକରଣ । ଜାମସେଦପୁର ପାଣି ପବନରେ ଯିଏ ବଢିଛି , ସେ ଓଡିଆଙ୍କ ସ୍ପନ୍ଦନ କେମିତି ବୁଝିବେ । ଇଲେକ୍ସନ କମିଶନ ବେଡି ପକାଇଥିଲେ , ଏବେ ନୂଆପରିଚୟ ଅପେକ୍ଷାରେ । ଶକ୍ତିନାନୀଙ୍କ ଚାଟଶାଳୀରେ ବରିଷ୍ଠ ନେତା ଟ୍ୟୁସନ ହେବାର ରାଜ୍ୟବାସୀ ଦେଖିଲେ । ଓଡିଶାବାସୀ ତାମିଲ ପୁଅକୁ ତ ପ୍ରତ୍ୟାଖ୍ୟାନ କଲେ । ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ ଦେଖାଯାଉ । ନବୀନ ବାବୁକହିଥିଲେ ରାଜ୍ୟବାସୀ ତାଙ୍କ ଉତ୍ତରାଧିକାରୀ ନିଜେ ବାଛିବେ । ଶକ୍ତିନାନୀଙ୍କୁ ବିଜେଡିରେ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜାକ ପ୍ଲାନ କରାଉଛି କିଏ ? ତେବେ ଶ୍ରୀମୟୀଙ୍କ ଏଭଳି ସୋସିଆଲ ମିଡିଆ ମନ୍ତବ୍ୟ ଉପରେ ବିଜେଡିର କୈାଣସି ପ୍ରତିକ୍ରିୟା ମିଳିପାରିନି ।
ବିଜେଡି ଶ୍ରୀମୟୀଙ୍କ ‘ଟାଇଟାନିକ’ ବାଣ ; ସିଧାସଳଖ ସୁଜାତାଙ୍କୁ ଟାର୍ଗେଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











