ଭୁବନେଶ୍ୱର : ବିଜେଡି ଛାଡିବା ନେଇ ଜୟ ଢୋଲକିଆଙ୍କ ପ୍ରତିକ୍ରିୟା । ଅସୁସ୍ଥ ଥିଲା ବେଳେ ବିଜେଡି ପଚାରିଲା ନାହିଁ ବାପାଙ୍କୁ । ଯେଉଁ ନେତା ପାର୍ଟିରେ ଜୀବନ ସାରା ରହିଲେ , ତାଙ୍କୁ ନା ଫୋନ ନା ସହଯୋଗ । ବାପାଙ୍କ ଦଶାହ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ବି ମୋତେ ଡକା ଯାଇନଥିଲା । ମୁଁ ପୁଅ ହେଇ ବି ମୋତେ ସେମାନେ ଡାକି ନ ଥିଲେ । ଯେଉଁଥିପାଇଁ ମୁଁ ସେ ଦଳ ଛାଡିଲି । ବାପାଙ୍କ ସ୍ୱପ୍ନ ଥିଲା ଯେନୂଆପଡାକୁ ଏକ ନମ୍ବର କରିବା । ତେଣୁ ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ବିଜେପି ଆସିଲି । ବିଜେଡିରେ ଏହା ସମ୍ଭବ ହୋଇ ନ ଥାନ୍ତା କହିଲେ ଜୟ । ଏଣେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋର ବାପା ରାଜେନ୍ଦ୍ର ଢୋଲକିଆଙ୍କ ଏକାହଶାହରେ ଯୋଗ ଦେଇଥିଲେ। ଆମ ପରିବାରକୁ ସାନ୍ତ୍ବନା ଦେଇଛନ୍ତି। ଖାଲି ସେତିକି ନୁହେଁ ନୂଆପଡ଼ା ଦାୟିତ୍ବ ନିଜେ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ଯେଉଁଭଳି ସହୃଦୟତା ଦେଖାଇଛି, ବାପା ବିଜେଡି ରହି ଜୀବନ ଦେଇଥିଲେ ବି ତାହା ବିଜେଡି କରିନାହିଁ। ଏହି ସଭାରେ ବିଜେପିର ରାଷ୍ଟ୍୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।
ବିଜେଡି ବାପାଙ୍କୁ ପଚାରି ନ ଥିଲା ; ଜୟ
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











