ଭୁବନେଶ୍ୱର : ଅନେକ ବିଜେଡି ବିଧାୟକ ଆମ ସଂପର୍କରେ ଥିବା କହିଲେ ମନମୋହନ । ବ୍ରହ୍ମପୁରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ମୋ ମାଟି , ମୋ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିକ୍ରିୟା । ବିଜେଡିର ବହୁ ବରିଷ୍ଠ ନେତା ଓ ବିଧାୟକ ଦଳରେ ଅଣନିଶ୍ୱାସୀ । ବିଜେଡିରେ ରହି କେହି ଖୁସି ନାହାନ୍ତି , ସମସ୍ତେ ଭୟ ଆତଙ୍କରେ ଅଛନ୍ତି । ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ , ବିଧାୟକ ଦିଶୁନାହାନ୍ତି । ଓଡିଶାରେ ବିଚିତ୍ର ସ୍ଥିତି । ରାଜନୈତିକ ବ୍ୟବସ୍ଥା ନଷ୍ଟଭ୍ରଷ୍ଟ ହୋଇଗଲାଣି । ଆଗାମୀ ନିର୍ବାଚନରେ ସରକାର ପରିବର୍ତ୍ତନ ପାଇଁ ଲୋକେ ସ୍ଥିର କରିଛନ୍ତି । ଦୁର୍ନୀତିକୁ ବିରୋଧ କରି ବିଜେପି ସରକାର କରିବାକୁ ଲୋକେ ନିଷ୍ପତ୍ତି ନେଇଛନ୍ତି । ଗଞ୍ଜାମକୁ କେନ୍ଦ୍ରର ବହୁ ଅନୁଦାନ ଆସିଛି, କିନ୍ତୁ ବିକାଶ ହୋଇନି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆବାସ ଯୋଜନା ସଠିକ କାର୍ଯ୍ୟକାରୀ ହୋଇନି ।
Views: 84