ଭୁବନେଶ୍ୱର : ବିଜେଡି କଳିକୁ ନେଇ ଅମରେଶଙ୍କ ବିସ୍ଫୋରକ ବୟାନ । ଦଳ ଠିକ ଢଙ୍ଗରେ ପରିଚାଳିତ ହେଉନି ବୋଲି କହିଲେ ଅମରେଶ ଜେନା ଓରଫ ବାଇଆଁ । ଯେଉଁମାନେ କାମ କରୁଛନ୍ତି ଅଣଦେଖା କରାଯାଉଛି । ଯେଉଁ ୪ରୁ ୫ ଜଣଙ୍କୁ ଦାୟିତ୍ୱ ଦିଆଯାିଛି ସେମାନେ ନିରପେକ୍ଷ ନୁହଁନ୍ତି । ମେଳି କରିଥିବା ବରିଷ୍ଠଙ୍କ ଦ୍ୱାରା ସେମାନେ ପରିଚାଳିତ ହେଉଛନ୍ତି । ସେମାନେ ଯାହା କହୁଛନ୍ତି , ଏମାନେ କରୁଛନ୍ତି । ନିର୍ବାଚନରେ ହାରିବା ପରେ ସବୁ ଜିଲ୍ଲାରେ ମୁଣ୍ଡ ପୁରାଉଛନ୍ତି । ୨୪ ବର୍ଷର ସରକାର ଯାହା ଦେହରେ ହାତ ମାରିଥିଲେ ସୁନା ହୋଇଥାଆନ୍ତା । ଭଲ ସରକାରକୁ କିଛି ଜଣ ଷଡଯନ୍ତ୍ର କରି ବିଦା କରିଛନ୍ତି । ଏହି ଷଡଯନ୍ତ୍ରକାରୀଙ୍କ ହାତରେ ଦଳ ଅଛି । ଗୋଟିଏ ଲୋକ ଉପରେ ଦୋଷ ଦେଇ ଏମାନେ ପାର ହେଉଛନ୍ତି । ଏହି ଷଡଯନ୍ତ୍ରକାରୀଙ୍କ ହାତରେ ଦଳ ଅଛି । ବିଜେଡିକୁ କବଜା କରିବାକୁ ରୀତିମତ ଷଡଯନ୍ତ୍ର ଚାଲିଛି । ଦ୍ୱିତୀୟ କ୍ଷମତାକେନ୍ଦ୍ର କିଏ ହେବ ବିଧିବଦ୍ଧ ଚକ୍ରାନ୍ତ ଚଳାଇଛନ୍ତି । ପ୍ୟାରୀଙ୍କ ନିକଟତର ଥିଲେ, ନବୀନଙ୍କ ବି ଏମାନେ ନିକଟତର । ମୋତେ ଲାଗୁଛି ଏମାନେ ଦଳକୁ ନିଶ୍ଚିତ ବୁଡାଇବେ । ବିଜେଡିକୁ ବଙ୍ଗୋପସାଗରରେ ପହଁଚାଇ ସାରିଲେଣି ୫ ହାରୁ ନେତା । ଏମାନେ ବିଜେଡିକୁ ବଙ୍ଗୋପସାଗରରେ ବୁଡାଇବେ । ଦଳକୁ କ୍ଷତି କରୁଥିବା ଲୋକଙ୍କ ବିରୋଧରେ ସ୍ୱର ଉତ୍ତୋଳନ ହେବ ।
ବିଜେଡି କଳିକୁ ନେଇ ଅମରେଶଙ୍କ ବିସ୍ଫୋରକ ବୟାନ ; କହିଲେ ଦଳ ଠିକ ଢଙ୍ଗରେ ପରିଚାଳିତ ହେଉନି, ବିଜେଡିକୁ ବୁଡାଇବେ ୫ ନେତା

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...
ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...
ବଜ୍ରାଘାତରେ ଚାଲିଗଲା ୨ ଚାଷୀଙ୍କ ଜୀବନ
ଚାନ୍ଦବାଲି : ବଜ୍ରାଘାତ ଘଟି ଦୁଇ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।...
ରାଜ୍ୟ ସଭାପତି ପାଇଁ ନାମାଙ୍କନ ଭରିଲେ ମନମୋହନ
ଭୁବନେଶ୍ୱର : ରାଜ୍ୟ ସଭାପତି ପାଇଁ ନାମାଙ୍କନ ଭରିଲେ ମନମୋହନ ସାମଲ । ତେବେ ନିର୍ଦ୍ଧାରିତ ସମୟରେ ଆଉ କେହି ନାମାଙ୍କନ ଭରି ନଥିବାରୁ ମନମୋହନ ଏକମାତ୍ର...