ଭୁବନେଶ୍ୱର : ବିଜୁଳି କାଟ୍ ସମସ୍ୟା ନେଇ ମୁଖ୍ୟଶାସନ ସଚିବଙ୍କ ବୈଠକ । ବୈଠକ ପରେ ଡିସକମ୍ ମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଦଶ । କାଳବୈଶାଖୀ ପରେ ପୁନରୁଦ୍ଧାର କାର୍ଯ୍ୟ ଶୀଘ୍ର କରିବାକୁ ନିଦେ୍ର୍ଦଶ । ଯେଉଁଠି ବିଦ୍ୟୁତ ସମସ୍ୟା ହେଉଛି , ତୁରନ୍ତ ସମାଧାନ ପାଇଁ ନିଦେ୍ର୍ଦଶ । ବିଜୁଳି କାଟ ସମସ୍ୟାକୁ ଦୂର କରିବା ପାଇଁ ତତକାଳ ପଦକ୍ଷେପ ନେବା ପାଇଁ ଶକ୍ତି ବିଭାଗ ଓ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ନିର୍ଦ୍ଦେଶକ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଶକ୍ତି ବିଭାଗ ଓ ବିତରଣ କମ୍ପାନୀ ମଧ୍ୟରେ ସମନ୍ଵୟ ରଖି ବିଦ୍ୟୁତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ସୋସିଆଲ୍ ମିଡିଆରେ ଆସୁଥିବା ଅଭିଯୋଗକୁ ଗୁରୁତର ସହ ନେଇ ଯଥାଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନୀର CEO ଓ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବାରମ୍ବାର ବିଜୁଳି କାଟ ଜନିତ ସମସ୍ୟାର ସମାଧାନ ନେଇ ସମୀକ୍ଷା କରିଥିଲେ ମୁଖ୍ୟ ସଚିବ ।
ବିଜୁଳି ସମସ୍ୟା ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ବୈଠକ
Facebook
Twitter
LinkedIn
Facebook
Twitter
LinkedIn
Recent News
ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି
ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...
୩ ଦିନ ପରେ ରାଜ୍ୟକୁ ଫେରିବ ଶୀତ
ଭୁବନେଶ୍ୱର : ବାତ୍ୟା ଡିଟୱାର ସିଧା ସଳଖ ପ୍ରଭାବ ଓଡ଼ିଶା ଉପରେ ନାହିଁ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା...
ରାସ୍ତା ମଝିରେ ଜଳିଗଲା ହାଇୱା
ଘଟଗାଁ : ରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ହାଇୱା । କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଟାଙ୍ଗରିଆପାଳ ଗାଁ ନିକଟରେ ଏକ ହାଇୱାରେ ନିଆଁ ଲାଗିଯାଇଥିଲା...
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...











