ଭୁବନେଶ୍ୱର : ଭୁବନେଶ୍ବର ଜୟଦେବ ଭବନରେ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ବାବୁଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘କଳିଙ୍ଗ ଫୁଟବଲ କପ୍’ ପୁନର୍ବାର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ବିଜୁ ବାବୁଙ୍କ ଦ୍ବାରା ପ୍ରତିଷ୍ଠିତ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ ଜାରି ରହିବ । ୧୯୫୨ରୁ ଆରମ୍ଭ ହୋଇଥିବା ଏହି ଆୱାର୍ଡ ଆଗକୁ ବି ଚାଲିବ । ସେହିପରି ବିଜୁ ବାବୁ ସମୃଦ୍ଧ ଓଡିଶା ଗଠନ ପାଇଁ ଚିନ୍ତା କରିଥିଲେ । ବିଜୁ ବାବୁ ନାରା ଦେଇଥିଲେ ଗାଁକୁ ସମ୍ମାନ ମାଆକୁ କାମ । ଗାଁର ବିକାଶ ପାଇଁ ଯାହା ସବୁ ଦରକାର ତାକୁ ସବୁ କରୁଛୁ ଓ ଆଗାମୀ ଦିନରେ ମଧ୍ୟ କରିବୁ । ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା କାର୍ୟ୍ୟକତାରୀ କରାଯାଇ ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ।
Views: 41