ଭଞ୍ଜନଗର : ବିଚ୍ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର-ଭଞ୍ଜନଗର ମୁଖ୍ୟରାସ୍ତାର , ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗୀପଲୀ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ଅଗ୍ନିକାଣ୍ଡର ଶିକାର ହୋଇଥିଲା ଏହି କାର । ହଠାତ କିଏ କିଛି ବୁଝିପାରି ନ ଥିଲେ କଣ ଘଟୁଛି । ଗାଡିରୁ ପ୍ରଥମେ ଧୂଆଁ ବାହାରିଥିଲା ଏବଂ ତା ପରେ ହଠାତ ନିଆଁ ଲାଗି ଯାଇଥିଲା । ତେବେ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ଘଟଣାସ୍ଥଳରେ ହିଁ ଡ୍ରାଇଭର ଜଣକ ଗାଡି ରଖି ସେଥିରେ ବସିଥିବା ସମସ୍ତ ଯାତ୍ରୀ ତୁରନ୍ତ ଓହ୍ଲାଇପଡିଥିଲେ । ଯେଉଁଥିପାଇଁ କାରରେ ବସିଥିବା ସମସ୍ତ ଯାତ୍ରୀ ଏବଂ ଡ୍ରାଇଭର ସମେତ ସମସ୍ତ ୪ ଜଣ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ।
Views: 65











