ନୂଆଦିଲ୍ଲୀ : ବିଗ୍ ବସ୍ ଫେମ୍ ଅଭିଜିତ ବିଚୁକଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବାରାମତି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ୁଥିଲେ । ଅଭିଜିତ୍ ବିଚୁକଲେଙ୍କୁ ଏହି ନିର୍ବାଚନରେ ମାତ୍ର ୯୪ଟି ଭୋଟ୍ ମିଳିଛି । ଏପରି କି, ତାଙ୍କଠୁ ପ୍ରାୟ ୭ ଗୁଣ ଅଧିକ ଅର୍ଥାତ୍ ୭୦୦ରୁ ଊର୍ଦ୍ଧ୍ଵ ଭୋଟ୍ ପଡ଼ିଛି ନୋଟା ରେ ।
ଏହି ଆସନରୁ ଲଗାତାର ୭ ଥର ବିଧାୟକ ରହିଥିବା ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ଚ୍ୟାଲେଞ୍ଜକୁ ସାମ୍ନା କରିଥିଲେ ଅଭିଜିତ୍ । ଅଜିତ ପାୱାର କ୍ରମାଗତ ଅଷ୍ଟମ ଥର ପାଇଁ ଏହି ଆସନ ଜିତିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏନସିପି (ଶରଦ ପାୱାର)ର ଯୁଗେନ୍ଦ୍ର ପାୱାରଙ୍କୁ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ।
ତେବେ ଅଭିଜିତ୍ ବିଚୁକଲେ ୨୦୨୪ ଲୋକସଭା ନିର୍ବାଚନରେ ସତାରାରୁ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ଏଥିରେ ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ମାତ୍ର ୧୩୯୫ ଖଣ୍ଡ ଭୋଟ୍ ମିଳିଥିଲା । ବିଜେପିର ଉଦୟନରାଜେ ଭୋନସଲେ ସତାରା ଆସନରେ ବିଜୟ ଲାଭ କରିଥିଲେ ।
ବିଗ ବସ୍ ଫେମ ଅଭିଜିତ ବିଚୁକଲେଙ୍କୁ ମିଳିଲା ମାତ୍ର ୯୪ ଖଣ୍ଡ ଭୋଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











