ନୂଆଦିଲ୍ଲୀ : ବିଗ୍ ବସ୍ ଫେମ୍ ଅଭିଜିତ ବିଚୁକଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବାରାମତି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ୁଥିଲେ । ଅଭିଜିତ୍ ବିଚୁକଲେଙ୍କୁ ଏହି ନିର୍ବାଚନରେ ମାତ୍ର ୯୪ଟି ଭୋଟ୍ ମିଳିଛି । ଏପରି କି, ତାଙ୍କଠୁ ପ୍ରାୟ ୭ ଗୁଣ ଅଧିକ ଅର୍ଥାତ୍ ୭୦୦ରୁ ଊର୍ଦ୍ଧ୍ଵ ଭୋଟ୍ ପଡ଼ିଛି ନୋଟା ରେ ।
ଏହି ଆସନରୁ ଲଗାତାର ୭ ଥର ବିଧାୟକ ରହିଥିବା ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ଚ୍ୟାଲେଞ୍ଜକୁ ସାମ୍ନା କରିଥିଲେ ଅଭିଜିତ୍ । ଅଜିତ ପାୱାର କ୍ରମାଗତ ଅଷ୍ଟମ ଥର ପାଇଁ ଏହି ଆସନ ଜିତିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏନସିପି (ଶରଦ ପାୱାର)ର ଯୁଗେନ୍ଦ୍ର ପାୱାରଙ୍କୁ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ।
ତେବେ ଅଭିଜିତ୍ ବିଚୁକଲେ ୨୦୨୪ ଲୋକସଭା ନିର୍ବାଚନରେ ସତାରାରୁ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ଏଥିରେ ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ମାତ୍ର ୧୩୯୫ ଖଣ୍ଡ ଭୋଟ୍ ମିଳିଥିଲା । ବିଜେପିର ଉଦୟନରାଜେ ଭୋନସଲେ ସତାରା ଆସନରେ ବିଜୟ ଲାଭ କରିଥିଲେ ।
ବିଗ ବସ୍ ଫେମ ଅଭିଜିତ ବିଚୁକଲେଙ୍କୁ ମିଳିଲା ମାତ୍ର ୯୪ ଖଣ୍ଡ ଭୋଟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...