ବାଲେଶ୍ୱର : ବାହାନଗା ହାଇସ୍କୁଲର ହେବ ପୁନଃ ନିର୍ମାଣ ହେବ । ଫାଇଭ ଟି ଉପକ୍ରମରେ ହାଇସ୍କୁଲର ପୁନଃ ନିର୍ମାଣ କରାଯିବ । ପୁନଃ ନିର୍ମାଣ ପାଇଁ ୨.୪୯ କୋଟି ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି ।ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହାନଗା ରେଳଷ୍ଟେସନଠାରେ ସଂଗଠିତ ଭୟାବହ ରେଳ ଦୁର୍ଘଟଣା ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବାହାନଗା ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ଉଦ୍ଧାର ଓ ସେବା କାର୍ୟ୍ୟରେ ସ୍ୱତପ୍ରବୃତ ଭାବରେ ଯୋଗ ଦେଇଥିଲେ । ସେମାନଙ୍କ ମହତ୍ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ବାହାନଗା ହାଇସ୍କୁଲକୁ ୫-ଟି କାର୍ୟ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ ।
Views: 76