The Ultimate Managed Hosting Platform
ADVERTISEMENT

ବାହାନଗା ରେଳ ଦୁର୍ଘଟଣାକୁ ପୂରିଲା ମାସେ ,ଏବେ ବି ମନେ ପଡିଲେ ଥରିଉଠୁଛି ଛାତି

Facebook
Twitter
LinkedIn

ବାଲେଶ୍ୱର : ଆଜି ବି ଶୁଭୁଛି ସେହି ବକଟାଳ ଚିକ୍ରାର । କମ୍ପନରେ ଫାଟି ପଡୁଛି ବାହାନଗା ରେଳ ଦୁର୍ଘଟଣା । ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ। କିନ୍ତୁ ସେହି ଲୋମଟଙ୍କୁରା ଦୃଶ୍ୟ ମନେ ପଡିଗଲେ ଏବେ ବି ଛାତି ଫାଟି ପଡୁଛି । ୟା ଭିତରେ ପୁନରୁଦ୍ଧାର କାର୍ୟ୍ୟ ଶେଷ ହୋଇଛି। ସ୍ୱାଭାବିକ ହୋଇଛି ରେଳ ଚଳାଚଳ। କେମିତି ହେଲା ଦୁର୍ଘଟଣା, ସେନେଇ ଦାୟିତ୍ୱ ନେଇଛି ସିବିଆଇ। ଦୁର୍ଘଟଣାର ଏକମାସ ପରେ ବଦଳିଛନ୍ତି ଦକ୍ଷିଣ ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ। ତାଙ୍କ ସ୍ଥାନରେ ଜେନେରାଲ ମ୍ୟାନେଜର ଭାବେ ଅନିଲ କୁମାର ମିଶ୍ରଙ୍କୁ ନିଯୁକ୍ତ କରିଛି କ୍ୟାବିନେଟ ଆପଏଣ୍ଟସ୍ କମିଟି। ସ୍ୱାଭାବିକ ହୋଇଛି ଜୀବନଯାତ୍ରା।
ହେଲେ ଏବେବି ଲୋକଙ୍କ ମନରୁ ଲିଭିନି ସେହି କାଳରାତ୍ରୀରଘଟଣା । ଜୁନ ୨ ତାରିଖ ସଂଧ୍ୟା ପ୍ରାୟ ୭ଟାରେ ବାହାନଗା ବଜାର ଷ୍ଟେସନ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ। ଲୁପ୍ ଡାଉନ ଲାଇନରେ ଥିବା ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। ତିନିଟି ଟ୍ରେନ ଦୁର୍ଘଟଣା ଘଟି ପ୍ରାଣ ହରାଇଥିଲେ ୨୯୩ଜଣ। ପରେ କଟକ ବଡ଼ ଡାକ୍ତରଖାନାରେ ଆଉ ୫ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ଆହତ ହୋଇଥିଲେ ହଜାରେରୁ ଅଧିକ। ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଚିକ୍ରାରରେ ଫାଟି ପଡୁଥିଲା ସମଗ୍ର ଅଞ୍ଚଳ । ମାଲବାହୀ ସହ କରମଣ୍ଡଳ ଏକ୍ସପ୍ରେସ ଧକ୍କା ହେବା ପରେ ହଠାତ ଏକ ବିରାଟ ଶବ୍ଦ ଶୁଭିଥିଲା । ଆଖପାଖ ଗାଁର ଲୋକେ ଶବ୍ଦ ଶୁଣି ଦୈାଡି ଆସିଥିଲେ । ସେତେବେଳକୁ ଆଉ କିଛି ବି ନଥିଲା । ପୁରା ପରିବେଶ ରକ୍ତମୟ ହୋଇଗଲା । ଲୋକଙ୍କ ଆତୁର ଚିକ୍ରାରରେ ଫାଟିପଡୁଲା ଅଞ୍ଚଳ । କିଏ ନିଜ ବାପାକୁ ଖୋଜୁଥାଏ ତ କିଏ ନିଜ ଭାଇକୁ , ଆଉ କିଏ ନିଜ ଭଉଣୀକୁ ଖୋଜୁଥାଏ ତ କିଏ ନିଜ ପିଲାକୁ । ଅନ୍ୟପଟେ କାହାର ମୁଣ୍ଡରେ ମାଡ ହୋଇଥାଏ ତ କାହାର ହାତ ଗୋଡ କ୍ଷତାକ୍ତ ହୋଇଥାଏ । ନିଜର ଗନ୍ତବ୍ୟସ୍ଥଳରେ ନ ପହଁଚି ହଠାତ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଁଚିଥିଲେ । ଟ୍ରେନ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନିଆଗଲା । ଅନେକଙ୍କ ଘଟଣାସ୍ଥଳରେ ମୃତ୍ୟୁ ମଧ୍ୟ ହୋଇଯାଇଥିଲା । ଶବ ବୋହିବା ପାଇଁ ସ୍ଥାନୀୟ ଲୋକ ଅନେକ ସାହାର୍ଯ୍ୟ କରିଥିଲେ । ଆହତ ମାନଙ୍କୁ ମଧ୍ୟ ହସ୍ପିଟାଲରେ ପହଁଚାଇବା ପାଇଁ ସାହାଯ୍ୟ କରିଥିଲେ । ତେବେ ଲୈାହ୍ୟଦାନବର ରକ୍ତ ଭୋଜିରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିଲା । କରମଣ୍ଡଳ ଏକ୍ସପ୍ରେସର ଏହି ଦୁର୍ଘଟଣାକୁ କେହି ବି ଭୁଲିପାରିବେ ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login