କୁଚିଣ୍ଡା : ବାହାଘର ସାରି ଫେରୁଥିବା ବେଳେ ଟ୍ରକ ସହ ଧକ୍କା ହୋଇଗଲା କାର । ଦୁର୍ଘଟଣାରେ ବର କନ୍ୟା ଗୁରୁତର ହୋଇଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପିଇଟ କଲେଜ ସମ୍ମୁଖରେ ଘଟିଛି ଦୁର୍ଘଟଣା । ବରର ଗୋଡ଼ ଭାଙ୍ଗିଯାଇଛି । ଉଭୟଙ୍କୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ସୂଚନା ଥାଉକି, ସମ୍ବଲପୁରରୁ ବିବାହ ସାରି ଦେବଗଡ଼କୁ ଫେରୁଥିଲେ ନବ ବରବଧୂ । ଦେବଗଡ଼ର ସୁମିତ ମୋଦିଙ୍କ ବୁଧବାର ରାତିରେ ସମ୍ବଲପୁରରେ ବିବାହ ଅନୁଷ୍ଠିତ ହୋଇଥିଲା । ତେବେ ଆଜି ବରକନ୍ୟା ବିଦାୟ ହୋଇ ଦେବଗଡ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଆହତଙ୍କୁ ସମ୍ବଲପୁର ଡାକ୍ତରଖାନାକୁ ପଠାଯାଇଛି । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତି ଆରମ୍ଭ କରିଛି ।
Views: 42