ଭୁବନେଶ୍ୱର : ଓଡିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱର ନେତାମାନେ ଏଭଳି ଦୁର୍ଘଟଣାକୁ ନେଇ ମର୍ମାହତ ହୋଇଛନ୍ତି । ଏଭଳି ଦୁର୍ଘଟଣାକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।
ବାଇଡେନ କହିଛନ୍ତି, ଜିଲ୍ ବାଇଡେନ ଏବଂ ମୁଁ ଭାରତରେ ହୋଇଥିବା ଟ୍ରେନ ଦୁର୍ଘଟଣା ବିଷୟରେ ଶୁଣି ଅତ୍ୟନ୍ତ ମର୍ମାହତ ଏବଂ ଦୁଃଖିତ । ସମସ୍ତଙ୍କ ପ୍ରତି ମୋର ପ୍ରାର୍ଥନା । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି,ସେମାନଙ୍କୁ ମୋର ସମବେଦନା । ଏଭଳି ଦୁଃଖ ସମୟରେ ଭାରତ ସହିତ ଆମେରିକା ରହିଛି । ଯେଉଁଭଳି ଉଦ୍ଧାରକାର୍ୟ୍ୟ ଚାଲିଛି ତା’ ପ୍ରଶଂସନୀୟ।
Views: 81