ବାଲେଶ୍ୱର : ବାଲେଶ୍ୱର ଛାତ୍ରୀଙ୍କ ଅବସ୍ଥା କାଲି ପରି ଆଜି ବି ଜଟିଳ ରହିଛି । ସୂଚନା ଦେଲେ ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ଦିଲୀପ ପରିଡା । ୭୨ ଘଣ୍ଟା ଛାତ୍ରୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ଫୁସ୍ଫୁସ୍, ହୃତ୍ପିଣ୍ଡ ଓ କିଡ୍ନି ପ୍ରଭାବିତ ହୋଇଛି । ଆବଶ୍ୟକ ପଡ଼ିଲେ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇପାରେ । କିନ୍ତୁ ବର୍ତ୍ତମାନ ସମୟ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏୟାରଲିଫ୍ଟ କରିବା ସମ୍ଭବ ନୁହେଁ । ଏମ୍ସ ଭୁବନେଶ୍ବର ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ ପରିଡା କହିଛନ୍ତି ଯେ ଗତକାଲି ପୀଡ଼ିତା ଆସିବାବେଳେ ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ପୂର୍ବରୁ ଖବର ପାଇ ଆମେ ସମସ୍ତ ପ୍ରସ୍ତୁତି କରି ରଖିଥିଲୁ । ପୀଡ଼ିତାଙ୍କ ଶ୍ବାସନଳୀ ପୋଡ଼ି ଯାଇଥିବାରୁ ତାଙ୍କର ସଙ୍ଗେ ସଙ୍ଗେ ଇନ୍ଟୁବେଟ୍ କରାଯାଇଥିଲା । ଏହାପରେ ହାର୍ଟ ରେଟ୍, ଅକ୍ସିଜେନ୍ ଲେବଲ, ବ୍ଲଡ୍ପ୍ରେସର୍ ଆଦି ଯାଞ୍ଚ କରାଯିବା ପରେ ଚିକିତ୍ସା କରାଯାଇଥିଲା । ଅବସ୍ଥାରେ ଟିକେ ଉନ୍ନତି ହେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ପୀଡ଼ିତାଙ୍କ ଚିକିତ୍ସା ପାଇଁ ୧୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି। ତେଣୁ ଦିଲ୍ଲୀ ଏମ୍ସର ୩ ଜଣିଆ ସ୍ବାସ୍ଥ୍ୟ ବିଶେଷଜ୍ଞ କମିଟି ଭିଡିଓ କନ୍ଫରେନ୍ସିଂ ଜରିଆରେ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ଆବଶ୍ୟକ ହେଲେ ପୁଣି ଡାଇଲିସିସ ହେବ । ଦିଲ୍ଲୀ ଏମ୍ସ ବିଶେଷଜ୍ଞ ସହ କଥା ହୋଇ ଆଣ୍ଟ୍ ବାୟୋଟିକ ଚାଲିଛି । ବ୍ଲଡ ପ୍ରେସର୍ ଅଧିକ ରହିଛି । ଛାତ୍ରୀ ଜଣଙ୍କ ଭେଣ୍ଟିଲେଟରରେ ଅଛନ୍ତି ।
ବାଲେଶ୍ୱର ଏଫଏମ କଲେଜ ଘଟଣା ; ଛାତ୍ରୀଙ୍କ ଅବସ୍ଥା ଆଜି ବି ଜଟିଳ, ୭୨ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











