ପୁରୀ: ଆଜି ପବିତ୍ର ରଥଯାତ୍ରା । ରଥଯାତ୍ରା ଉପଲକ୍ଷେ ଆକର୍ଷଣୀୟ ବାଲୁକାକଳା ପ୍ରଦର୍ଶନ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ତିନିରଥ ସହ ମହାପ୍ରଭୁଙ୍କ ଚିତ୍ତାକର୍ଷକ ରୂପ ବାଲୁକାକଳା ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି । ନଡ଼ିଆ ଓ ପଦ୍ମଫୁଲ ମାଧ୍ୟମରେ ମହାବାହୁଙ୍କ କଳାକୃତି ଖୁବ୍ ମନୋଲୋଭ ହୋଇଛି । ପୁରୀକୁ ଆସୁଥିବା ଅଗଣିତ ଶ୍ରଦ୍ଧାଳୁ ସମୁଦ୍ରକୂଳରେ ଏ କଳାକୁ ଦେଖି ଆତ୍ମବିଭୋର ହେବା ସହ ମନଭରି ଉପଭୋଗ କରୁଛନ୍ତି । ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ସକାଳ ସାଢ଼େ ୯ଟାରେ ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହେବ । ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ ।

Views: 77