ବାଲେଶ୍ୱର : ବାଲିଷ୍ଟିକ ମିସାଇଲ କଲାମ-୪ର ସଫଳ ପରୀକ୍ଷଣ । ବଙ୍ଗୋପସାଗର ବିଶାଖା ପାଟଣା ନିକଟ ଅରିହନ୍ତ ବୁଡା ଜାହାଜରୁ ବାଲିଷ୍ଟିକ ମିସାଇଲ କେ-୪କୁ ସଫଳତାର ସହ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କଲା ଭାରତ । ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ୩ ହଜାର ୫ଶହ କିଲୋମିଟର ରହିଛି। ଇଣ୍ଟରମିଡିଏଟ ରେଂଜ ସବମରିନ ଲଞ୍ଚଡ୍ ବାଲିଷ୍ଟିକ ମିସାଇଲ ISLBM K-4ରେ ୨୫ଶହ କିଲୋଗ୍ରାମ ପର୍ୟ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ଯୁଦ୍ଧପୋତ ଅରିହନ୍ତରୁ ଟାର୍ଗେଟ୍କୁ୍ ସ୍ଥିରକରି କେ-୪ ମିସାଇଲକୁ ଉତ୍କ୍ଷେପଣ କରାଯାଇଥିଲା। ପ୍ରଥମ ପର୍ୟ୍ୟାୟରେ ମିସାଇଲରେ ସଂଯୋଗ କରାଯାଇଥିବା ଇଞ୍ଜିନ୍ କେ-୪ କ୍ଷେପଣାସ୍ତ୍ରକୁ ବୁଡ଼ାଯାହାଜରୁ ଉତ୍କ୍ଷେପଣ କରିବା ପରେ ଦ୍ବିତୀୟ ଇଞ୍ଜିନ୍ ଏହାକୁ ଟାର୍ଗେଟ୍ ପର୍ୟ୍ୟନ୍ତ ପହଞ୍ଚାଇଥାଏ।
Views: 39