ବିନିକା: ବାରହା ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର । ଆଜି ସକାଳ ପ୍ରାୟ ୧୦ଟା ସମୟରେ ବିନିକା ଜଙ୍ଗଲ ବିଭାଗ ରେଞ୍ଜ ଅଧୀନସ୍ଥ ରାମପୁର ଫରେଷ୍ଟ ଅନ୍ତର୍ଗତ ପାପି ଗ୍ରାମରେ ବାରହା ଆକ୍ରମଣରେ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ରେଖା ବାଘ ତାଙ୍କ ପୁଅ ବଳଦେବ ବାଘ ଝାରକଦଲିପାଲି ଗ୍ରାମ ଅଞ୍ଚଳରେ ଥିବା ନିଜ ଚାଷ ଜମିରେ କାଠ ସଂଗ୍ରହ କରୁଥିଲାବେଳେ ଅଚାନକ ବାରହା ଆସି ମା ଓ ପୁଅଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣ ଫଳରେ ଉଭୟେ ଗୁରୁତର ହୋଇଯାଇଥିଲେ। ବାରହା ଏହା ପରେ ୧୦୮ଯୋଗେ ବିନିକା ଡାକ୍ତରଖାନକୁ ଆଣିଥିଲେ। ବିନିକା ଡାକ୍ତରଖାନରେ ଡାକ୍ତର ମା ରେଖା ବାଘଙ୍କୁ ମୃତ ଘୋଷଣା କରିଥିଲେ। ପୁଅ ବଳଦେବଙ୍କୁ ଚିକିତ୍ସା ପରେ ଵୁର୍ଲା ଭିମସାରକୁ ପଠାଇ ଦିଆଯାଇଛି।
Views: 100











