ଭୁବନେଶ୍ୱର : ବାରବାଟୀ ବିଭ୍ରାଟ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ଏ ନେଇ ବିରୋଧୀ ଶାସକ ଦଳ ଉପରେ ଖୁବ ବର୍ଷିଛନ୍ତି । ଶାସକ ଦଳ ଆଉ ବିରୋଧ ଦଳ ପରସ୍ପର ଉପରେ ଅଠା ବୋଳିବାରେ ଲାଗିଛନ୍ତି । ଏ ନେଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି କି ବାରବାଟୀ ଏକ ଐତିହ୍ୟ ସମ୍ପନ୍ନ ଷ୍ଟାଡିୟମ। ବାରବାଟୀରେ ପୂର୍ବ ସରକାର ଖାଲି ନଡ଼ିଆ ବାଡ଼େଇ ପଳେଇଲେ। ହେଲେ ଟଙ୍କାଟେର ବ୍ୟବସ୍ଥା କରି ନାହାନ୍ତି । ଆମେ ଭାବିଥିଲୁ ସେ କିଛି କରିଛନ୍ତି ବୋଲି। ଦେଖିଲା ବେଳକୁ ଅମାର ଘର ଶୂନ। ଏହା ସହିତ ସୂର୍ୟ୍ୟବଂଶୀ ସୁରଜ, ଟିକେଟ କଳାବଜାରୀ ନେଇ କହିଛନ୍ତି ଏହା ଗ୍ରହଣୀୟ ନୁହେଁ । ଟିକେଟ କିମ୍ବା ପାସ କଳାବଜାରୀ ହେବା, ଗ୍ରହଣ କରାଯିବନି । ଏନେଇ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ଅଭିଯୁକ୍ତ ଧରା ପଡିଛନ୍ତି । ଆଗାମୀ ଦିନରେ ଆହୁରି ବ୍ୟବସ୍ଥିତ ଢଙ୍ଗରେ ବାରବାଟୀରେ ମ୍ୟାଚ୍ କରିବାକୁ ବ୍ୟବସ୍ଥା ହେଉଛି ।
Views: 36