କଟକ : ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜଭୋଗ । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ସନ୍ଧି କ୍ଷଣରେ ଲାଗି ହେଲା ଗଜଭୋଗ । ରାତି ୪ଟାରୁ ଦ୍ୱାର ଫିଟା ହୋଇ ମଙ୍ଗଳ ଆଳତୀ ପରେ ଚାଲିଛି ଦର୍ଶନ । ବଡ଼ଓଷାର ମୁଖ୍ୟ ଆକର୍ଷଣ ଗଜଭୋଗ ଓ ତରଣ। ଶୁଦ୍ଧ ପୂତ ଭାବେ ପ୍ରସ୍ତୁତ ପରେ ବାବାଙ୍କ ପାଖରେ ଲାଗି ହୋଇଛି ଗଜଭୋଗ। ପରେ ଭକ୍ତ ଓ ଶ୍ରଦ୍ଧାଳୁ ଭୋଗ ପାଇ ବେଶ ଆନନ୍ଦିତ। ବଡ଼ସିଂହାର ସହିତ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ବର୍ଷ ଯାକର ଅପେକ୍ଷା ପରେ ଏହି ପ୍ରତିକ୍ଷିତ ଭୋଗ ପାଇ ବ୍ରତ ଉଦଯାପନ କରିଥାନ୍ତି ବ୍ରତଧାରୀ।ଧବଳେଶ୍ୱର ପୀଠର ଏହି ଗଜଭୋଗ ଓ ତରଣ ଭୋଗର ବିଶେଷତ୍ୱ ରହିଛି। ଅତି ଶୁଦ୍ଧ ପୂତ ଭାବେ ପୂଜକ ପରିବାର ଏହି ସ୍ୱତନ୍ତ୍ର ଧରଣର ଭୋଗ ପ୍ରସ୍ତୁତ କରି ବାବା ଧବଳେଶ୍ୱରଙ୍କ ନିକଟରେ ଅର୍ପଣ କରିଥାନ୍ତି ।
Views: 66