The Ultimate Managed Hosting Platform
ADVERTISEMENT

ବାପୁଙ୍କ ଜୀବନୀ ପ୍ରେରିତ କରିଛି-ମୋଦି

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜି ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ୧୫୪ ତମ ଜୟନ୍ତୀ । ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନ । ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଚଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଗାନ୍ଧି ଦେଇଥିବା ଶିକ୍ଷା ଆମର ପଥକୁ ଆଲୋକିତ କରି ଆସୁଛି । ଗାନ୍ଧିଜୀଙ୍କର ପ୍ରଭାବ ବିଶ୍ୱବ୍ୟାପୀ ପ୍ରତୀୟମାନ । ବାପୁଙ୍କ ଜୀବନୀ ଆମକୁ ଆଗକୁ ବଢିବାକୁ ପ୍ରେରିତ କରିଛି । ଆଜି ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀ । ଆମେ ସଦାସର୍ବଦା ତାଙ୍କ ପରିକଳ୍ପନା ପରିପୂରଣ ପାଇଁ କାର୍ୟ୍ୟ କରିବା । ସାମଗ୍ରିକ ଏକତା ଓ ସହାବସ୍ଥାନ ନିମନ୍ତେ ତାଙ୍କ ପରିକଳ୍ପିତ ପରିବର୍ତ୍ତନର ଭାବଧାରାର ବାହାକ ହେବା ଲାଗି ପ୍ରତ୍ୟେକ ଯୁବା ସମର୍ଥ ହୁଅନ୍ତୁ ।ସେହିପରି ପ୍ରଧାନମନ୍ତ୍ରୀ ବିଜୟଘାଟକୁ ଯାଇ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ପ୍ରତି ମଧ୍ୟ ତାଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login