ନୂଆଦିଲ୍ଲୀ : ବାତ୍ୟା ବିପର୍ଯ୍ୟକୁ ନେଇ ଜରୁରୀ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଅଛନ୍ତି । ଆରବ ସାଗରରେ ସୃଷ୍ଟି ଅତ୍ୟନ୍ତ ଭିଷଣ ବାତ୍ୟା ବିପର୍ଯ୍ୟୟ ପାଇଁ ମୁମ୍ବାଇ ଓ ଗୁଜରାଟରେ ହାଇ ଆଲର୍ଟ ଜାରି କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୌରାଷ୍ଟ୍ର ଓ କଚ୍ଚ ଉପକୂଳରେ ୧୪ତାରିଖରେ ଅରେଂଜ ଓ ୧୫ତାରିଖ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଜୁନ୍ ୧୫ତାରିଖ ମଧ୍ୟାହ୍ନ ସୁଦ୍ଧା ବିପର୍ୟ୍ୟୟ ଗୁଜରାଟର ଜଖୌ ବନ୍ଦର ନିକଟରେ ସୌରାଷ୍ଟ୍ର-କଚ୍ଚ ଏବଂ ସଂଲଗ୍ନ ପାକିସ୍ତାନ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମୁମ୍ବାଇ ଓ ଗୁଜରାଟରେ ବର୍ଷା ଓ ପବନ ଜାରି ରହିଥିବା ବେଳେ ଉଚ୍ଚ ଜୁଆର ଉଠିଛି ।
Views: 84