ଚେନ୍ନାଇ : ବାଣ କାରଖାନାରେ କାମ ଚାଲିଥିବା ବେଳେ ବିସ୍ଫୋରଣ । ତାମିଲନାଡୁ ବିରୁଧନଗର ଜିଲ୍ଲାରେ ବାଣ କାରଖାନାରେ ବିସ୍ଫୋରଣ । ଜଳିଯାଇ ୬ ଜଣ ଶ୍ରମିକଙ୍କ ଚାଲିଗଲା ଜୀବନ । ବିସ୍ଫୋରଣ ରାସାୟନିକ ମିଶ୍ରଣ ପ୍ରକ୍ରିୟା ଯୋଗୁଁ ବିସ୍ଫୋରଣ ଘଟିଥିବା କୁହାଯାଉଛି । ବିସ୍ଫୋରଣରେ ଅନେକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ଏହି କାରଖାନାରେ ୩୫ରୁ ଅଧିକ କୋଠରୀରେ ୮୦ରୁ ଅଧିକ ଶ୍ରମିକ କାମ କରୁଥିଲେ । ଆପାନାୟାକାନପାଟୀ ପଞ୍ଚାୟତର ବୋମ୍ଵାୟପୁରମ୍ ଗାଁରେ ଏହି ବାଣ କାରଖାନା ରହିଥିବା ବେଳେ ବାଲାଜି ନାମକ ଜଣେ ବ୍ୟକ୍ତିଙ୍କ ନାମରେ ରହିଛି । ମୃତକମାନେ ହେଲେ ଭେଲମୁରୁଗାନ୍, ନାଗରାଜ, କନ୍ନନ୍, କାମରାଜ, ଶିବକୁମାର ଏବଂ ମୀନାକ୍ଷୀ ସୁନ୍ଦରମ୍ ବୋଲି ଜଣାପଡ଼ିଛି । ଏହା ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ବିରୁଧୁନଗର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବାଣ କାରଖାନାରେ କାମ ଚାଲିଥିବା ବେଳେ ବିସ୍ଫୋରଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











