The Ultimate Managed Hosting Platform
ADVERTISEMENT

ବାଇକ୍ ରୁ ପେଟ୍ରୋଲ ଚୋରି, ଥାନାରେ ମାମଲା ରୁଜୁ ।

Facebook
Twitter
LinkedIn

ଘରେ ପଶି ସୁନା,ରୂପା, ଟଙ୍କା,ଗହଣା ,ମୂଲ୍ୟବାନ ଆସବାପତ୍ର ଚୋରି ଘଟଣା ଶୁଣିଥିବ। ତେବେ ରାତି ଅଧିଆ ବାଇକ ରୁ ପେଟ୍ରୋଲ ଚୋରି କରିବା ହୁଏତ ଶୁଣି ନଥିବେ। ତେବେ ଏଭଳି ଅଭାବ ନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ରଘୁନାଥପୁର ପଞ୍ଚାୟତ ରାମଚକ ଗ୍ରାମରେ। ଅଭିଯୋଗ ମୁତାବକ ଗ୍ରାମର ଉମେଶ ବେହେରା ଯିଏକି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ ଅଟନ୍ତି, ସବୁଦିନ ଭଳି ଗତ ୨୭ ତାରିଖ ଗୁରୁବାର ଡିଉଟି ରୁ ଫେରି ତାଙ୍କ ଘର ଦାଣ୍ଡ ପିଣ୍ଡାରେ ତାଙ୍କର ବାଇକ୍ ରଖିଥିଲେ। ତେବେ ରାତ୍ରି ପ୍ରାୟ ୨ଟା ବେଳେ ତାଙ୍କର ପଡୋଶୀ ଜୀବନ କୁମାର ପାଳ ତାଙ୍କ ଘରକୁ ଆସି,ବାଇକ ରୁ ପେଟ୍ରୋଲ ଚୋରି କରୁଥିଲେ, ସେହି ସମୟରେ ଉମେଶ ତେଲ ବୋତଲ ସହିତ, ଜୀବନ ବେହେରା କୁ ଧରିପକାଇ ଥିଲେ। ଜୀବନ ଚିତ୍କାର କରି ଶୁଣି ତାର ବାପା ଅଚ୍ୟୁତ ପାଳ,ବଡବାପା ପରମାନନ୍ଦ ପାଳ, ଭାଇ ଦେବେନ୍ଦ୍ର ପାଳ, ରବୀନ୍ଦ୍ର ପାଳ ଘଟଣା ସ୍ଥଳରେ ପହଁଚି ଉମେଶ ଓ ତାଙ୍କ ସ୍ତ୍ରୀ ଙ୍କୁ କଦର୍ଯ୍ୟ ଭାଷାରେ ଗାଳି ଗୋଲଜ୍ କରିବା ସହିତ, ହତ୍ୟା ଧମକ ଦେଇଥିଲେ।


ଏନେଇ ଉମେଶ ସିଂଲା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ,ଅପର ପକ୍ଷ ମଧ୍ୟ ଥାନାରେ ପାଲଟା ଲିଖିତ ଅଭିଯୋଗ କରିଛନ୍ତି। ସିଂଲା ପୋଲିସ ଅଭିଯୋଗ କୁ ଭିତ୍ତି କରି ୧୯୨/୨୨ ଓ ୧୯୩/୨୨ ଦୁଇଟି ପୃଥକ୍ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login