କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ସଦର ଅଞ୍ଚଳରେ ଆଜି ସକାଳେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକରେ ୪ ଜଣ ଯାଉଥିବା ବେଳେ ମାଡିଯାଇଥିଲା ଗୋଟିଏ ଟ୍ରକ । ଜାତୀୟ ରାଜପଥ ୨୬ ଦୟପୁର ସଦର ଥାନା ଜବାନକବାଡିଠାରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ବିଚଲକୋଟା ଗାଁର । ୪ ଜଣ ଗୋଟିଏ ମୋଟର ସାଇକେଲରେ ଭଟାଛିଞ୍ଚିକୁ ଧାନବାନ୍ଧିବାକୁ ଯାଉଥିବା ସମୟରେ ଘଟିଥିଲା ଦୁର୍ଘଟଣା । ମୃତକ ମାନେ ହେଲେ ଧୋବା ପରଜା, ଲୋକନାଥ ଜାନି , ଘାସି ପରଜା, ଧନପତି ପରଜା ।
Views: 27