The Ultimate Managed Hosting Platform
ADVERTISEMENT

ବାଇକ ଉପରେ ଚଢ଼ିଗଲା ଗ୍ୟାସ ଟ୍ୟାଙ୍କର,ଜଣେ ମୃତ

Facebook
Twitter
LinkedIn

ପାରାଦ୍ଵୀପ: ବାଇକ ଉପରେ ଚଢ଼ିଗଲା ଗ୍ୟାସ ଟ୍ୟାଙ୍କର। ଘଟଣାସ୍ଥଳରେ ବାଇକ ଆରୋହୀ ମୃତ। ପାରାଦୀପ ଜିରୋ ପଏଂଟ ନିକଟରେ ଘଟିଛି ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତ ଯୁବକ ଜଣକ ହେଲେ କେନ୍ଦ୍ରାପଡା ଜିଲା ଗରଜଙ୍ଗା ଗ୍ରାମର ପ୍ରଭାତ ପାତ୍ର । ପ୍ରଭାତ ଏକ କମ୍ପାନୀରେ ପାଇପଲାଇନ ଭାବେ କାର୍ୟ୍ୟ କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ, ପ୍ରଭାତ ଆଜି ସକାଳୁ ନିଜ ବାଇକରେ କାର୍ୟ୍ୟସ୍ଥଳକୁ ଆସୁଥିବା ବେଳେ ଜିରୋ ପଏଣ୍ଟ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ପ୍ରଭାତଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଲକ୍ ଥାନା ପୋଲିସ ପହଁଚି ମୃତଦେହକୁ ଅଠରବାଙ୍କି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଗ୍ୟାସ ଟ୍ୟାଙ୍କରକୁ ମଧ୍ୟ ଜବତ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସୃଷ୍ଟି ହେଲା ଲଘୁଚାପ

ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ, ୨୭ ତାରିଖ ଯାଏଁ ବର୍ଷା

ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ୨୭ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରବଳରୁ ଅତିପ୍ରବଳ ବର୍ଷା । ଆଜି ସାରା...

ADVERTISEMENT
ନାଁ ନ ନେଇ ମମତାଙ୍କୁ ଟାର୍ଗେଟ, ଯିଏ କରିବ ସେ ଫଳ ଭୋଗିବ : ପ୍ରଭାତୀ

କର୍ମକ୍ଷେତ୍ରରେ ଯୌନ ଶୋଷଣକାରୀଙ୍କୁ ସାବଧାନ ରୁହନ୍ତୁ , ଶୋଷଣକାରୀଙ୍କ ବିରୋଧରେ ସ୍ୱର ଉଠାଇଲା ମାତ୍ରେ ଆକ୍ସନ : ପ୍ରଭାତୀ ପରିଡା

ଭୁବନେଶ୍ୱର : କର୍ମକ୍ଷେତ୍ରରେ ଯୌନ ଶୋଷଣକାରୀଙ୍କୁ ସାବଧାନ ରୁହନ୍ତୁ । ସେମାନଙ୍କର କୈାଣସି ପ୍ରସ୍ତାବକୁ ଅଗ୍ରାହ୍ୟ କରନ୍ତୁ । ଶୋଷଣକାରୀଙ୍କ ବିରୋଧରେ ସ୍ୱର ଉଠାଇଲା ମାତ୍ରେ ଆକ୍ସନ...