ନୂଆଦିଲ୍ଲୀ: ବାଂଲାଦେଶୀ ସନ୍ଥ ଚିନ୍ମୟ ଦାସଙ୍କୁ ମିଳିଲାନି ଜାମିନ । ଅଦାଲତ ଚିନ୍ମୟ ଦାସଙ୍କ ଜାମିନ ଯାଚିକାକୁ ଖାରଜ କରିଛନ୍ତି । ଚଟଗାଁବ ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ତେଣୁ ଚିନ୍ମୟ ଦାସ ଜେଲରେ ହିଁ ରହିବେ । ଗତବର୍ଷ ନଭେମ୍ବର ୨୫ ତାରିଖରେ ଇସ୍କନ ମନ୍ଦିର ପୂଜାରୀ ତଥା ହିନ୍ଦୁ ସନ୍ଥ ଚିନ୍ମୟ ଦାସକୁ ବାଂଲାଦେଶ ପୋଲିସ ଗିରଫ କରିଥିଲା । ଦେଶଦ୍ରୋହ ଅଭିଯୋଗରେ ଢ଼ାକାର ବିମାନ ବନ୍ଦରରୁ ପୋଲିସ ଚିନ୍ମୟ ଦାସଙ୍କୁ ଉଠାଇ ନେଇଥିଲା । ତେବେ ଆଜି ହିନ୍ଦୁ ସାଧୁ ଚିନ୍ମୟ ଦାସଙ୍କ ଜାମିନ ଆବେଦନକୁ ଚଟଗାଁବ କୋର୍ଟ ଖାରଜ କରିଦେଇଛନ୍ତି । ଖବର ମୁତାବକ, ଢ଼ାକା ଠାରୁ ଚଟଗାଁବ ଆସିଥିବା ୧୧ ଜଣ ସୁପ୍ରିମକୋର୍ଟ ଓକିଲଙ୍କ ଏକ ଟିମ୍ ମେଟ୍ରୋପଲିଟାନ୍ ଜଜ୍ ଜଷ୍ଟିସ୍ ମହମ୍ମଦ ସୈଫୁଲ ଇସଲାମଙ୍କ ସମ୍ମୁଖରେ ପ୍ରାୟ ୩୦ ମିନିଟ୍ ଧରି ଯୁକ୍ତିତର୍କ କରିଥିଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଜାମିନ ଆବେଦନକୁ ରଦ୍ଦ କରିଛନ୍ତି । ଚିନ୍ମୟଙ୍କ ଓକିଲଙ୍କ କହିବା ମୁତାବକ, ସେ ଜାମିନ ପାଇଁ ହାଇକୋର୍ଟରେ ଏବେ ଆବେଦନ କରିବେ । ଏଥିପାଇଁ ଯୋଜନା ଚାଲିଛି ।
ବାଂଲାଦେଶୀ ସନ୍ଥ ଚିନ୍ମୟ ଦାସଙ୍କୁ ମିଳିଲାନି ଜାମିନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











