ଭୁବନେଶ୍ୱର : ବାଂଲାଦେଶୀଙ୍କୁ ଚିହ୍ନଟ , ଅଟକ ଓ ତଡିପାର ପାଇଁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ କମିଟି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ଏସପିଙ୍କୁ କଡା ନଦେ୍ର୍ଦଶ ଦିଆଯାଇଛି । ଅନ୍ୟପଟେ ରାଜ୍ୟରୁ ତଡିପାର ହେଲେଣି ୪୯ ବାଂଲାଦେଶୀ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆ ସରକାର ଆସିବା ପରେ ୫୧ ବାଂଲାଦେଶୀ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠାଗଲାଣି । ଖୋର୍ଦ୍ଧାରୁ ୨୪, କଟକରୁ ୧୫, ଗଞ୍ଜାମରୁ ୬, କନ୍ଧମାଳରୁ ୩ , କୋରାପୁଟରୁ ୧ ଜଣଙ୍କୁ ତଡିପାର କରାଯାଇଛି । ଆଉ ୨ ବାଂଲାଦେଶୀ ଜାଲ ପାସପୋର୍ଟ କରି ଧରାପଡିଛନ୍ତି । ଧରାପଡିଥିବା ୨ ବାଂଲାଦେଶୀଙ୍କ ନାଁରେ ମାମଲା ହୋଇଛି ।
Views: 89











