The Ultimate Managed Hosting Platform
ADVERTISEMENT

ବହୁ ଚର୍ଚ୍ଚିତ ନିଠାରୀ କାଣ୍ଡ: ଦୁଇ ଅଭିଯୁକ୍ତ ହେଲେ ଦୋଷମୁକ୍ତ

Facebook
Twitter
LinkedIn

ନୋଏଡା : ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ନୋଏଡାର ବହୁ ଚର୍ଚ୍ଚିତ ନିଠାରୀ ମାମଲାରେ କୋର୍ଟଙ୍କ ବଡ଼ ରାୟ ଆସିଛି। ଆହ୍ଲାବାଦ ହାଇକୋର୍ଟ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ନିଠାରୀ କାଣ୍ଡ ସହ ଜଡ଼ିତ ୧୨ଟି ମାମଲାରେ ସୁରିନ୍ଦର କୋଲି ଏବଂ ୨ଟି ମାମଲାରେ ମୋନିନ୍ଦର ସିଂ ପଣ୍ଡେରଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ହାଇକୋର୍ଟ ଏହି ନିଷ୍ପତ୍ତି ସହିତ ସୁରିନ୍ଦର କୋଲି ଓ ମୋନିନ୍ଦର ସିଂ ପଣ୍ଡେରଙ୍କୁ ମିଳିଥିବା ମୃତ୍ୟୁଦଣ୍ଡକୁ ରଦ୍ଦ କରିଦେଇଛନ୍ତି।
ଏହି ମାମଲା ୨୦୦୬ ଡିସେମ୍ବରର। ଡିସେମ୍ବର ୨୯ ତାରିଖରେ ନୋଏଡାର ଗୌତମ ବୁଦ୍ଧ ନଗରର ନିଠାରୀ ଅଞ୍ଚଳରୁ ମୋନିନ୍ଦର ସିଂ ପଣ୍ଡେରଙ୍କ ଘର ପଛପଟୁ ୧୯ଟି ନରକଙ୍କାଳ ମିଳିଥିଲା। ଏହି ମାମଲାର ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ନରକଙ୍କାଳଗୁଡ଼ିକ ନିଠାରୀରୁ ନିଖୋଜ ଥିବା ପିଲାମାନଙ୍କର। ଏହି ପିଲାମାନଙ୍କୁ ଦୁଷ୍କର୍ମ, ହତ୍ୟା ଏବଂ ପରେ ମୃତଦେହକୁ ପୋତିବା ମାମଲାରେ କୋର୍ଟ ମୋନିନ୍ଦର ଓ ତାଙ୍କ କର୍ମଚାରୀ ସୁରିନ୍ଦର କୋଲିଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଶୁଣାଇଥିଲେ। ନିଠାରୀ କାଣ୍ଡ ସମ୍ବନ୍ଧିତ ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।
ନିଠାରୀ କାଣ୍ଡରେ ସିବିଆଇ ମୋଟ ୧୬ଟି ମାମଲା ରୁଜୁ କରିଥିଲା, ସେଥି ମଧ୍ୟରୁ ୧୪ଟି ମାମଲାରେ ସୁରିନ୍ଦର କୋଲିଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା। ବର୍ତ୍ତମାନ ୧୨ଟି ମାମଲାରେ ସେ ଦୋଷମୁକ୍ତ ହୋଇଥିବା ଜଣାପଡ଼ିଛି। ଏହିପରି ମୋନିନ୍ଦରଙ୍କ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିଲା। ପୂର୍ବରୁ ୪ଟି ମାମଲାରେ ସେ ଦୋଷମୁକ୍ତ ହୋଇସାରିଥିବା ବେଳେ ୨ଟି ମାମଲାରେ ତାଙ୍କୁ ଫାଶୀଦଣ୍ଡ ଶୁଣାଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login