ରେଢାଖୋଲ : ବସକୁ ପଛରୁ ପିଟିଲା ଟ୍ରକ । ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି । ୨୦ ଆହତଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସମ୍ବଲପୁର -ଅନୁଗୋଳ ୫୫ନଂ ଜାତୀୟ ରାଜପଥ ରେଢାଖୋଲ ଥାନା ଲୁହାପଙ୍କ ଛକ ନିକଟରେ ଏପରି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଅନୁଗୋଳ ପାତ୍ରପଡାରୁ ସମ୍ବଲପୁର ଆସୁଥିବା ଗଜଲକ୍ଷ୍ମୀ ନାମକ ଏକ ଘରୋଇ ବସ୍ କୁ ପଛପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ । ଘଟଣାର ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।
Views: 164











