ପୁରୀ : ବିନ୍ଧନ ଛକରେ ଆମ ବସ ଭିତରେ ଯାତ୍ରୀଙ୍କୁ ହାଣିଲା ଯୁବକ । ହରସପଡାରୁ ସୁକଳ ଯାଉଥିବା ଆମ ବସରେ ପଶି ହାଣିଲା । ଆକ୍ରମଣକାରୀ ଓ ଗୁରୁତର ୪ ଯାତ୍ରୀ କଣାସ ମେଡିକାଲରେ ଭର୍ତ୍ତି । ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ବେଳେ ଯାତ୍ରୀ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ପରେ ଯାତ୍ରୀଙ୍କ ଆକ୍ରମଣରେ ଦୁର୍ବୃତ୍ତ ଗୁରୁତର ହୋଇଛି। ସମସ୍ତ ଆହତଙ୍କୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳ ରେ କଣାସ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
Views: 25