ଖୋର୍ଦ୍ଧା : ରାସ୍ତାକଡକୁ ଓଲଟିଲା ବସ , ଦୁର୍ଘଟଣାରେ ୧୦ରୁ ଅଧିକ ଆହତ । ବାଘମାରୀ-ବେଗୁନିଆ ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ବସ । କିଛି ଆହତଙ୍କୁ ଖୋର୍ଦ୍ଧା ଓ ଆଉକିଛି ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ସୋରଡ଼ାରୁ ପୁରୀ ଯାଉଥିଲା ଚକାଡୋଳା ନାମକ ଏକ ଘରୋଇ ବସ୍ । ହେଲେ ଖୋର୍ଦ୍ଧା ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ବାଘମାରୀ ନିକଟରେ ବସ୍ଟି ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଗତ ରାତି ପ୍ରାୟ ୩ ଟା ସମୟରେ ବରଗଡ଼ ରୁ ଭୁବନେଶ୍ୱର ଫେରୁଥିବା ଯାତ୍ରୀବାହି ଘରୋଇ ଚକାଡୋଳା ବସ ବେଗୁନିଆ ବାଘମାରୀ ମଝିରେ ଥିବା ଇଟା ଫାକ୍ଟ୍ରି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ବସରେ ୫୦ରୁ ୬୦ ଲୋକ ଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୭ ଯାତ୍ରୀ ଆହତ ହୋଇଛନ୍ତି ।
Views: 29