The Ultimate Managed Hosting Platform
ADVERTISEMENT

ବେଳାଭୂମିରେ ନିର୍ମାଣ କଲେ ସର୍ବବୃହତ ସାନ୍ତାକ୍ଲଜ

Facebook
Twitter
LinkedIn

ପୁରୀ : ପୁରୀର ବେଳାଭୂମିରେ ବାଲୁକାରେ ନିର୍ମାଣ ହେଲା ସର୍ବବୃହତ ସାନ୍ତାକ୍ଲଜ୍ । ଏହି ବାଲୁକା କଳା ନିର୍ମାଣ କରିଛନ୍ତ ବାଲୁକାକଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ସର୍ବ ବୃହତ ସାନ୍ତାକ୍ଲଜ ନିର୍ମାଣରେ ତାଙ୍କୁ ବାଲୁକା କଳା ପ୍ରତିଷ୍ଠାନର କଳାକାରମାନେ ସହଯୋଗ କରିଥିଲେ ।

ବଡ ଦିନ ଉପଲକ୍ଷେ ଏହି କଳାକୃତ ପ୍ରସ୍ତୁତ କରିବା ସହିତ କୋଭିଡ୍ ଗାଇଡ୍ ଲାଇନ୍ ମାନି ସୁରକ୍ଷିତ ରହିବାକୁ ବାର୍ତ୍ତା ଦେଇଛନ୍ତି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ କହିବା ଅନୁଯାୟୀ ଏହି ସାନ୍ତାକ୍ଲଜ୍ର ଲମ୍ବା ୫୦ଫୁଟ ଥିବା ବେଳେ ଓସାର ୨୮ଫୁଟ ରହିଛି। ଏଥିରେ ୫୪୦୦ ଲାଲଗୋଲାପ ଓ ଧଳାଫୁଲ ବ୍ୟବହାର ହୋଇଛି । ଏହି ବାଲୁକାକଳା ବିଶ୍ୱ ରେକର୍ଡ ସୃଷ୍ଟି କରିବ ବୋଲି ସୁଦର୍ଶନ କହିଛନ୍ତି । କୋଭିଡ୍ କଟକଣା ମାନି ବଡଦିନ ପାଳନ କରିବାକୁ ସାନ୍ତାକ୍ଲଜ୍‌ଙ୍କ ବାର୍ତ୍ତା ଲୋକଙ୍କୁ ପ୍ରଭାବିତ କରିବ ବୋଲି ମଧ୍ୟ ସେ କରିଛନ୍ତି । କୋଭିଡ ଗାଇଡ ଲାଇନ ସହ ପାଳନ କରିବାକୁ ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନଙ୍କ ଏହି କଳାକୃତିକୁ ସବୁ ମହଲରୁ ପ୍ରଶନ୍ସା ମଧ୍ୟ ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login