ଭୁବନେଶ୍ୱର : ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ନାବାଳିକାଙ୍କୁ ଏମ୍ସ ପଠାଯାଇ ଚିକିତ୍ସା କରାଯାଉଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଉତ୍ତମ ଚିକିତ୍ସା ଦିଆଯାଉଛି । ଘଟଣାସ୍ଥଳରେ ଏସପିଙ୍କ ସହ ସାଇଣ୍ଟିଫିକ୍ ଟିମ୍ ଯାଇ ଛାନଭିନ୍ କରୁଛି । ଦୋଷୀଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାପ୍ରଭୁଙ୍କ ନିକଟରେ ଛାତ୍ରୀଙ୍କ ଆଶୁ କାମନା କରିଛନ୍ତି ମନ୍ତ୍ରୀ । ସୂଚନା ମୁତାବକ, ସକାଳୁ ସାଙ୍ଗ ଘରକୁ ଯାଉଥିଲା ବାଟରେ ନାବାଳିକାକୁ ଉଠାଇନେଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ନଦୀ ପଠାକୁ ନେଇଗଲେ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳିଦେଲେ । ପୀଡ଼ିତାଙ୍କୁ ପ୍ରଥମେ ପିପିଲି ମେଡିକାଲରେ ଦିଆଯାଇଥିଲା ପ୍ରାଥମିକ ଚିକିତ୍ସା । ପରେ ପୀଡ଼ିତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।
Views: 45