ବଲାଙ୍ଗିର : ପ୍ରବଳ ବର୍ଷା ଯୋଗୁଁ ଆଜି ବଲାଙ୍ଗିରରେ ସବୁ ସ୍କୁଲ ଛୁଟି । ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା । ସମସ୍ତ ସ୍କୁଲ ଛୁଟି ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କ ସୂଚନା । ୮ ଘଣ୍ଟା ହେଲା ସହରରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ । ଗତ କାଲି ରାତିରୁ ଲାଗି ରହିଛି ପ୍ରବଳ ବର୍ଷା । ଏହି ବର୍ଷାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ଵିଶେଷ କରି ତେଲ ନଦୀ କୂଳରେ ଥିବା ନଦୀ କୂଳିଆ ଗାଁକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ଗୁଡାଭେଳା ବ୍ଲକ ପ୍ରଶାସନ । ବଲାଙ୍ଗିର ସହରରେ ସଜାଗ ରହିଛି ପୌର ପରିଷଦ ।
Views: 77