ରାଜସ୍ଥାନ : ରାଜସ୍ଥାନର କୁମ୍ଭଲଗଡ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ପାଖାପାଖି ୫୫ ମିନିଟ ବର୍ଷା ରେକର୍ଡ କରାଯାଇଛି । ଏପରି ସ୍ଥଳେ ଜେସିବିରେ ଉଦ୍ଧାର ହେଲେ ସ୍କୁଲ ପିଲା । ସ୍କୁଲ ଭ୍ୟାନରେ ଥିବା ତିନି ଜଣ ଛାତ୍ରଛାତ୍ରୀ, ଡ୍ରାଇଭର ଓ ଅନ୍ୟ ଦୁଇ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି । ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଅପରାହ୍ନ ୧୨.୩୦ରେ ପୋଖରୀ ବନ୍ଧ ଭାଙ୍ଗିଯିବାରୁ ଏଭଳି ପରିସ୍ଥିତି ଦେଖାଦେଇଥିଲା । ସ୍କୁଲ ପିଲାମାନେ ରାସ୍ତାରେ ଫସି ଯାଇଥିବା ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ତେବେ ଭ୍ୟାନକୁ ପାଣିରୁ ଉଦ୍ଧାର କରିବା ସମ୍ଭବ ନହେବାରୁ ପିଲାମାନଙ୍କୁ ଏକ ଜେସିବିରେ ଉଦ୍ଧାର କରାଯାଇଥିଲା ।
Views: 45