ଭଦ୍ରକ: ବରପଦା ଇଞ୍ଜିନିୟରିଂ କଲେଜ ଆଗରେ ଉତ୍ତେଜନା । ଆନେ୍ଦାଳନରତ କର୍ମଚାରୀ ଓ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା । ବକେୟା ଦରମା ପ୍ରଦାନ ଦାବିରେ ଆନେ୍ଦାଳନ ଚଳାଇଛନ୍ତି କର୍ମଚାରୀ । ଏହା ପରେ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ବରପଦା ବିକାଶ ମଂଚ ଓ ଆନ୍ଦୋଳନରତ କର୍ମଚାରୀ ଦୀର୍ଘ ଦିନ ଧରି ଏଠାରେ ଆନ୍ଦୋଳନ କରୁଥିଲେ । ଆଜି କଲେଜ ସମ୍ମୁଖରେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତ ସାମଲଙ୍କ ବିରୋଧରେ ପୋଷ୍ଟର ମାରିଛନ୍ତି । ଏହାକୁ ବିରୋଧ କରିଥିଲେ କାର୍ୟ୍ୟରତ କର୍ମଚାରୀ । ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ପହଂଚିଥିଲେ ମଧ୍ୟ ପୋଲିସ ଗାଡି ଆଗରେ ଆନ୍ଦୋଳନକାରୀ ଶୋଇ ପଡ଼ିଥିବାର ଦେଖିବାକୁ ମିଳିଛି । ୧୭ ମାସ ହେବ କର୍ମଚାରୀମାନେ ଦରମା ପାଇନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗତ ସପ୍ତାହରେ କଲେଜରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଇଡି ରେଡ୍ କରିଥିଲା ।
Views: 73