ଭୁବନେଶ୍ୱର : ବରଗଡ ନାବାଳିକା ପୋଡି ଘଟଣାରେ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ । ନବୀନ କହିଛନ୍ତି ମୋତେ ଏହି ଖବର ଗଭୀର ଭାବେ ବ୍ୟଥିତ, ଚକିତ ଓ ମର୍ମାହତ କରିଛି । ନିଆଁ ଲଗାଇ ଝିଅ ମାନେ ଜୀବନ ହାରିବାର ଧାରା ଅତ୍ୟନ୍ତ ବିଚଳିତ । ଗୋଟେ ମାସ ଭିତରେ ଚାରିଜଣ ଯୁବତୀ ଜୀବନ ହାରି ଦେଇଛନ୍ତି । ଏପରି ଘଟଣା ବ୍ୟବସ୍ଥାର ବିଫଳତା ଦିଗକୁ ଇଙ୍ଗିତ କରୁଛି । ଅପରାଧର ଶିକାର ହେବା ପରେ ସେମାନଙ୍କ ମୃତ୍ୟୁ ଘଟୁଥିବା କହଛନ୍ତି ବିରୋଧୀ ଦଳ ନେତା । ସେମାନଙ୍କ ହତାଶା କେବଳ ବ୍ୟକ୍ତିଗତ ଟ୍ରାଜେଡି ନୁହେଁ । ପ୍ରତ୍ୟକ ଘଟଣାରେ ସେମାନଙ୍କ ଯନ୍ତ୍ରଣାକୁ ଶୁଣାଯାଇନାହିଁ ।
ବିଜେପି ସରକାର ବ୍ୟବସ୍ଥାରେ ଏପରି ଆତ୍ମବିଶ୍ବାସ ସୃଷ୍ଟି କରିବାରେ ବିଫଳ ବୋଲି କହିଛନ୍ତି ନବୀନ । ଏଭଳି ହୃଦୟ ବିଦାରକ ଘଟଣା ବନ୍ଦ ପାଇଁ ସରକାର କେତେ ସମୟ ନେବେ ବୋଲି ପ୍ରଶ୍ନ କରିଛନ୍ତି । ସରକାରଙ୍କ ନୀରବତା ଓ ନିଷ୍କ୍ରିୟତା ପାଇଁ ଓଡ଼ିଶାର ଝିଅମାନେ ଅସୁରକ୍ଷିତ ବୋଲି ବିରୋଧୀ ଦଳ ନେତା କହିଛନ୍ତି ।
Views: 63











