ନୂଆପଡା : ବିଜେଡି ନେତା ବବି ଦାସଙ୍କ ବିରୋଧରେ ମାମଲା ରୁଜୁ । କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ । ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମାମଲା ରୁଜୁ । ବିଏନଏସ ୧୨୬(୨), ୨୯୬, ୧୧୫(୨), ୩୫୧(୨) ଓ ୩ (୫) ଧାରାରେ ମାମଲା ରୁଜୁ ହୋଇଛି । ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସରେ ମାଡ ମାରିଥିବା ଅଭିଯୋଗ ହୋଇଛି । ଯୁବକଙ୍କୁ ଅଶ୍ଲୀଳ ଭାଷାରେ ଗାଳ୍ିଗୁଲଜ ସହ ମାଡ ମାରିଥିବା ଅଭିଯୋଗ ହୋଇଛି ।ଏବେ ବିଜେପିରେ କାହିଁକି ବୁଲୁଛୁ କହି ମାଡ ମାରିଥିବା ଅଭିଯୋଗ । ସେପଟେ ଅଭିଯୋଗ ନେଇ ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିନାହିଁ । ଅଭିଯୋଗକାରୀ ଜିତୁଙ୍କୁ ଏତଲା ମୁତାବକ, କୋମନା ସ୍ଥିତ ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଜିତୁଙ୍କୁ ଡାକିଥିଲେ ବିଜେଡି ନେତାମାନେ । ସେଠି ବିଜେଡି ନେତା ବବି ଦାସ ଜିତୁଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଆଗରୁ ବିଜେଡିରେ ବୁଲୁଥିଲୁ ଓ ଏବେ କାହିଁକି ବିଜେପିରେ ବୁଲୁଛୁ ବୋଲି କହି ଜିତୁଙ୍କ ସାର୍ଟ କଲର ଧରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଜିତୁ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ବିଧାୟକ ଅଧିରାଜ ପାଣିଗ୍ରାହୀ ଏବଂ ବବି ଦାସ ଧମକ ଦେଇଥିବା ଅଭିଯୋଗ ହୋଇଛି ।
ବବି ଦାସଙ୍କ ନାଁରେ ମାମଲା ରୁଜୁ
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











