ନୀଳଗିରି : କୁଳଡିହା ଅଭୟାରଣ୍ୟରେ ଚଢାଉ । ୬ ଶିକାରୀ ଗିରଫ ହୋଇଥିବା ବେଳେ ୬ ବନ୍ଧୁକ ଜବତ କଲା ବନବିଭାଗ । ବିଳମ୍ବିତ ରାତିରେ ବାହାବନ୍ଧ ନିକଟ ଡେଉଁଚଖାଲ ଗାଁରେ ଚଢାଉ । ନୀଳଗିରି ପୋଲିସ ଓ ବନବିଭାଗ ପକ୍ଷରୁ ମିଳିତ ଚଢାଉ ହୋଇଥିଲା । ଶିକାରୀ ଓ କାରଖାନା ମାଲିକଙ୍କଠୁ ୧୨ଟି ବନ୍ଧୁକ ଜବତ ହୋଇଛି । ସେଥିରୁ ୬ଟିରେ ଗୁଳି ଭର୍ତ୍ତି ହୋଇରହିଥିବା ସୂଚନା ମିଳିଛି। ପ୍ରଥମ ଦିନରେ କୋଈମୁଣ୍ଡିୟ ଗାଁରେ ଚଢାଉ କରି ଦୁଇଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଥିବାବେଳେ ଦ୍ବିତୀୟ ଦିନରେ ମଲ୍ଲିବଣିଆ ଓ ଗତକାଲି ବିଳମ୍ବିତ ରାତିରେ ଡେଉଁଖାଲ ଗାଁରେ ଚଢାଉ କରି ବନ୍ଧୁକ ସହ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗର ସ୍ପେଶାଲ୍ ଟିମ୍। ଆଗକୁ ବନ ବିଭାଗ, ପୋଲିସ , ସ୍ପେଶାଲ ଟାସ୍କ ଫୋର୍ସ, ଏକ୍ସ ଆର୍ମି ଟିମର ମିଳିତ ଅପରେସନ ଜାରି ରହିବ ବୋଲି କୁଲଡିହା ରେଞ୍ଜର ପ୍ରବୀର ମୁର୍ମୁ ସୂଚନା ଦେଇଛନ୍ତି ।
Views: 100











