ଜୟପୁର : ଘରେ ପସି ସ୍ୱାମୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇ ପତ୍ନୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୨୪ତାରିଖ ଦିନ ଜୟପୁର ନିକଟସ୍ଥ ବ୍ରାହ୍ମଣୀ ଗ୍ରାମରେ ପୀଡିତାଙ୍କ ଘରେ ପସି ସ୍ୱାମୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇ ପତ୍ନୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୁକ୍ତ ହେଲେ ଲାଲ ବାହାଦୂର ଓ ମୀନ ବାରିକ ବୋଲି ପୀଡିତା ଅଭିଯୋଗ ଆଣିଛନ୍ତି । ଏହି ଦୁଇ ଜଣକ ନାମରେ ଅନେକ ଅପରାଧିକ ମାମଲା ଥିବା ଜଣାପଡିଛି । ଘଟଣାକୁ ସାମ୍ନାକୁ ନଆଣିବା ପାଇଁ ଦୁର୍ଦ୍ଦାନ୍ତ ଅପରାଧି ଲାଲ ବାହାଦୂର ଓ ମୀନ ବାରିକ ପୀଡିତାଙ୍କ ପରିବାରକୁ ଧମକ ଦେବା ସହ ଗ୍ରାମରେ ଖାଲିରେ ଫାଙ୍କାରେ ଗୁଳି ଚାଳନା କରି ଗ୍ରାମ ଲୋକମାନଙ୍କୁ ଭୟଭୀତ କରୁଥିବା ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି । ଏ ନେଇ ଗ୍ରାମବାସୀମାନେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୀଡିତାଙ୍କ ପରିବାରକୁ ସୁରକ୍ଷା ଦେବାପାଇଁ ଦାବୀ କରିଛନ୍ତି । ମାତ୍ର ଘଟଣାକୁ ୪ଦିନ ହୋଇଗଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ କାବୁ କରିପାରିନାହିଁ । ଯାହାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଏନେଇ ଗ୍ରାମବାସୀ ମାନେ ସୋମବାର ଦିନ ରାସ୍ତାରୋକ କରିଥିବାବେଳେ ଏହାକୁ ବିଜେପୀ ମଧ୍ୟ ସମର୍ଥନ କରିଛି । ଦୁର୍ଦ୍ଦାନ୍ତ ଅପରାଧି ଲାଲ ବାହାଦୂର ଓ ମୀନ ବାରିକକୁ ୪୮ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ମହଲତ ଦେଇଛନ୍ତି ଗ୍ରାମବାସୀ ।
ବନ୍ଧୁକ ଦେଖାଇ ପତ୍ନୀଙ୍କୁ ଦୁଷ୍କର୍ମ କଲେ ଦୁର୍ଦ୍ଦାନ୍ତ ଅପରାଧୀ , ଅଭିଯୋଗ ର ୪ଦିନ ପରେ ମଧ୍ୟ ପୋଲିସର ହାତ ଖାଲି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











