ନୟାଗଡ : ନୟାଗଡର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଗିରଫ କଲା ଭିଜିଲାନ୍ସ । ଆୟଠାରୁ ୨୬୮% ଅଧିକ ସମ୍ପତ୍ତି ଠାବ କଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରରେ ୫ଟି ବଡ କୋଠା , ନିମାପଡାରେ ଫାର୍ମ ହାଉସ ମିଳିଥିଲା । ନିମାପଡାରେ ୧୦ଟି ଦୋକାନ ଘର ଥିବା ମାର୍କେଟ କମ୍ପ୍ଲେକ୍ସ ମିଳିଥିଲା । ୭ଟି ପ୍ଲଟ , ଦେଢ କୋଟି ଟଙ୍କାର ଜମା , ଦାମୀ କାର ଠାବ ହୋଇଥିଲା । କୁବେର କୋଟିପତି ଅଫିସରଙ୍କ ଘରେ ଦୁଇଦିନ ଧରି ଅମାପ ସମ୍ପତ୍ତିର ମାପଚୁପ କରୁଛି ଭିଜିଲାନ୍ସ ଟିମ। ବର୍ତ୍ତମାନ ସୁଦ୍ଧା ଖୋଳତାଡ଼ ବେଳେ ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଥିବା ବେଳେ ୫ କୋଟିରୁ ଅଧିକ ଟଙ୍କାର ଘର, ଜମି, ଦୋକାନ ଘର ଓ ଫାର୍ମ ହାଉସ କରିଛନ୍ତି। ପୂର୍ବତନ ନୟାଗଡ଼ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଦୁର୍ନୀତି ସାମ୍ରାଜ୍ୟର ଖୋଳତାଡ଼ ବେଳେ କୋଟି କୋଟି ଟଙ୍କାର ଘର ଓ ରୁପାହାତୀକୁ ନେଇ ଚର୍ଚ୍ଚାରେ ଥିଲେ ଏହି ସରକାରୀ ବାବୁ।
Views: 101











