The Ultimate Managed Hosting Platform
ADVERTISEMENT

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

Facebook
Twitter
LinkedIn

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଭୁସ୍ଖଳନ ପରେ ବଦ୍ରିନାଥକୁ ଯିବା ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି । ଗୌରୀକୁଣ୍ଡରେ ରାସ୍ତା ସଫା କାର୍ୟ୍ୟ ଜାରି ରହିଛି, ଯାହା ଦ୍ଵାରା ଯାତ୍ରା ଶୀଘ୍ର ଆରମ୍ଭ ହୋଇପାରିବ। ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି । ଏହି କାରଣରୁ ଭୂସ୍ଖଳନର ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ନିକଟରେ ପ୍ରବଳ ବର୍ଷା ଯୋଗୁଁ ସୋନପ୍ରୟାଗରେ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ କେଦାରନାଥରୁ ଫେରୁଥିବା ୪୦ ରୁ ଅଧିକ ଶ୍ରଦ୍ଧାଳୁ ଫସି ଯାଇଥିଲେ । ଏସଡିଆରଏଫ ଟିମ୍ ସୋନପ୍ରୟାଗ ଭୂସ୍ଖଳନ ଅଞ୍ଚଳ ନିକଟରେ ଫସି ରହିଥିବା ୪୦ ଜଣ ଶ୍ରଦ୍ଧାଳୁଙ୍କୁ ସଫଳତାର ସହ ଉଦ୍ଧାର କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login