ଭୁବନେଶ୍ୱର : ଆହାର ଯୋଜନା ବନ୍ଦ କରାଯିବନି କହିଲେ ନଗର ଉନ୍ନୟନ ମନ୍ତ୍ରୀ । ଆହାର ପ୍ରତି ଲୋକଙ୍କ ଆଗ୍ରହ ଅଛି , ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି । ଆହାର ନା ପରିବର୍ତ୍ତନ ନେଇ ପରବର୍ତ୍ତୀ ସମୟରେ ସମୀକ୍ଷା ହେବ । କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ପରିଦର୍ଶନ ଅବସରରେ ମନ୍ତ୍ରୀଙ୍କ ସୂଚନା । ଏନେଇ ଆଜି ସ୍ପଷ୍ଟୋକ୍ତି ରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଢିଛି । ତେଣୁ ବିଜେଡି ସରକାରର ଯୋଜନାର ଭବିଷ୍ୟତକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ମନ୍ତ୍ରୀ ଆହାର ଯୋଜନା ବାବଦରେ ସ୍ପଷ୍ଟୀକରଣ ରଖିଛନ୍ତି । ଆଜି ମନ୍ତ୍ରୀ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଥିବା ଆହାର କେନ୍ଦ୍ର ଯାଇଥିଲେ । ନିୟମ ଅନୁଯାୟୀ ନିଜେ ଆହାର କେନ୍ଦ୍ରରେ ଟୁକୋନ ଆଣିଥିଲେ। ପରେ ଧାଡିରେ ଯାଇ ଖାଇବା ଥାଳି ଆଣି ନିଜେ ଖାଇଛନ୍ତି ମନ୍ତ୍ରୀ ।
Views: 70