The Ultimate Managed Hosting Platform
ADVERTISEMENT

ବନ୍ଦ ରହିଲା ଧାମନଗର ଏନଏସିର କାଉଣ୍ଟିଂ, ସହରରେ ୧୪୪ ଧାରା ଲାଗୁ : ଭଦ୍ରକରେ ଦୁଇଟି ପୌରପାଳିକା ଓ ଗୋଟିଏ ଏନଏସିରେ ଭୋଟ ଗଣତି

Facebook
Twitter
LinkedIn

ଭଦ୍ରକ : ଆଜି ପୌର ଫଇସଲା । ଭଦ୍ରକ ଜିଲ୍ଲାର ୨ଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ଭୋଟ ଗଣତି ଜାରି ରହିଛି । ମତଦାନ ବେଳେ ବୁଥ୍ ସମ୍ମୁଖରେ ଛୁରାମାଡ଼ ପରେ ଧାମନଗର ଏନ୍‌ଏସିରେ ସୁରକ୍ଷା ଦୃଷ୍ଟିରୁ ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସାନି ମତଦାନ ହୋଇନଥିବାରୁ ଏହି ଭୋଟ ଗଣତିକୁ ବନ୍ଦ ରଖାଯାଇଥିବା ସୂଚନା ମିଳିଛି । ସେପଟେ ଭଦ୍ରକ ପୌରପାଳିକା , ବାସୁଦେବପୁର ପୌରପାଳିକା ଓ ଚାନ୍ଦବାଲି ଏନଏସି ପାଇଁ ଭୋଟ ଗଣତି ଜାରି ରହିଛି । ସୁରକ୍ଷା ଦୃଷ୍ଟି ରୁ ଭୋଟ ଗଣତି ପୂର୍ବରୁ ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଶୁକ୍ରବାର ମଧ୍ୟରାତ୍ରିରୁ ୨୭ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ସମଗ୍ର ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ ।

ତେବେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଲଗାଯାଇଥିବା ସୂଚନା ଦେଇଛି । ବିଜୟ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି। ସର୍ବାଧିକ ୫ ଜଣ ଲୋକ କୌଣସି ସ୍ଥାନରେ ଏକାଠି ଛିଡା ହୋଇପାରିବେନାହିଁ । ତେବେ ସେହିଭଳି ୨୬ ତାରିଖ ସକାଳ ୬ ରୁ ୨୭ ତାରିଖ ସକାଳ ୬ ପର୍ଯ୍ୟନ୍ତ ସହର ମଧ୍ୟକୁ ଚାରି ଚକିଆ ଗାଡ଼ି ଆସିପାରିବନାହଁ । ଉଭୟ ଘରୋଇ ଓ କମର୍ସିଆଲ ଗାଡ଼ି ଉପରେ କଟକଣା ଜାରି ହୋଇଛି । କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଗାଡ଼ି ଯାତାୟାତ କରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login