କଟକ : କଟକ ଚାଉଳିଆଗଞ୍ଜରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର । ବନ୍ଦ ଘରୁ ଡାକ୍ତର ମଲାଡି ଭେଙ୍କଟ ଚନ୍ଦ୍ରଶେଖରଙ୍କ ମୃତଦେହ ଉଦ୍ଧାର । ସାଲେପୁର ଚିକିତ୍ସା କେନ୍ଦ୍ରର ଡାକ୍ତର ହେଉଛନ୍ତି ମଲାଡି । ଭଡାଘରେ ଏକାକୀ ରହୁଥିଲେ ଡାକ୍ତର ମଲାଡି । ଘରୁ ଦୁର୍ଗନ୍ଧ ଆସିବା ପରେ ପୁଲିସକୁ ଖବର ଦେଇଥିଲେ ଲୋକେ । ତେବେ ୪ ବର୍ଷ ହେବା ଭଡା ଘରେ ଏକାକୀ ରହୁଥିଲେ । ଘର ମାଲିକଙ୍କ କହିବା କଥା ତାଙ୍କର ଶ୍ୱାସ ଏବଂ ଅନ୍ୟାନ୍ୟ ରୋଗ ଥିଲା । ତେଣୁ ସେ ଅବିବାହିତ ଥିଲେ । ଦୁଇ ଦିନ ଘର ଭିତର ପଟୁ ବନ୍ଦ ଥିବା ଯୋଗୁଁ ସନ୍ଦେହ ଉପୁଜିଥିଲା । ସେମାନେ ପୋଲିସକୁ ଖବର ଦେବା ପରେ ଚାଉଳିଆଗଞ୍ଜ ପୋଲିସ ଆଜି ଆସି ସକାଳୁ କବାଟ ଭାଙ୍ଗି ମୃତଦେହ ଜବତ କରିଛି । ତାଙ୍କ ନିକଟରୁ ମିଳିଥିବା ଆଧାର କାର୍ଡ ଅନୁଯାୟୀ ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଛି ।
Views: 108