ଉତ୍ତରାଖଣ୍ଡ : ବଦ୍ରିନାଥ ଯାଉଥିବା ବେଳେ ନଦୀକୁ ଖସିଲା ବସ । ଉତ୍ତରାଖଣ୍ଡରୁ ରୁଦ୍ରପ୍ରୟାଗ ଜିଲ୍ଲାରେ ଆଜି ଅଳକାନନ୍ଦା ନଦୀକୁ ବସଟି ଖସି ପଡିଛି । ଫଳରେ ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି । ବସଟି ନିୟନ୍ତ୍ରଣ ହରାଇ ନଦୀକୁ ଖସି ପଡିଛି । ଦୁର୍ଘଟଣା ସଂକ୍ରାନ୍ତରେ ଖବର ପାଇ ପ୍ରଥମେ ସ୍ଥାନୀୟ ଲୋକ ଉଦ୍ଧାର କାର୍ୟ୍ୟରେ ସହଯୋଗ କରିଥିଲେ । ଅଧିକାଂଶ ଲୋକ ବସ୍ଟି ନଦୀକୁ ଖସିବା ପୂର୍ବରୁ ଡେଇଁ ପଡ଼ିବାରୁ ବଞ୍ଚି ଯାଇଛନ୍ତି । ପୁଲିସ, ପ୍ରଶାସନ ଓ ବିପର୍ୟ୍ୟୟ ମୁକାବିଲା ବାହିନୀର ବରିଷ୍ଠ ଅଧିକାରୀମାନେ ଉଦ୍ଧାର ଅପରେସନ୍ର ତଦାରଖ କରୁଛନ୍ତି । ୩୧ ସିଟ୍ ଥିବା ବସ୍ରେ ଡ୍ରାଇଭରଙ୍କ ସମେତ ମୋଟ୍ ୨୦ ଜଣ ଥିଲେ ।
Views: 10