ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲାପାଳ ଆଶିଷ ଠାକରେ ହେଲେ ବାଲେଶ୍ୱର ଜିଲ୍ଲାପାଳ । ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ ହେଲେ ମୟୂରଭଂଜ ଜିଲ୍ଲାପାଳ । ସେହିପରି ସିଏମସି କମିଶନର ଥିବା ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ପୁରୀ ଜିଲ୍ଲାପାଳ ଥିବା ବିଜୟ କୁମାର ଦାସଙ୍କୁ କଟକ ମହାନଗର ନିଗମ(ସିଏମସି)ର କମିଶନର ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଏଥି ସହିତ ସେ କଟକ ଉନ୍ନୟନ ପରିଷଦ(ସିଡିଏ)ର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।
Views: 87











