ବଣାଇ : ବଣାଇ ଫରେଷ୍ଟ ଡିଭିଜନର ୭ଟି ରେଞ୍ଜରେ ପକ୍ଷୀ ଗଣନା । ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା । ଦିନ ୧୨ ଟା ଯାଏଁ ଚାଲିବ ଗଣନା । ୩୧ଟି ସ୍ଥାନରେ ୩୨ ଜଣ ବନ କର୍ମଚାରୀ ଗଣନାରେ ସାମିଲ ।
ସେହିପରି ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଆରମ୍ଭ ହୋଇଛି ପକ୍ଷୀ ଗଣନା ।ସମଗ୍ର ଅସ୍ତରଙ୍ଗରେ ଦେଶୀ, ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି ।ବନ୍ୟ ପ୍ରାଣୀ ଡିଭିଜନ ଅଧୀନରେ ଥିବା ୫ଟି ଜାଗାରେ ଆରମ୍ଭ ହୋଇଛି ଗଣନା । ମୋଟ ପାଞ୍ଚଟି ଟିମ୍ ୧୫ଜଣ ବନକର୍ମଚାରୀ ନିୟୋଜିତ ଅଛନ୍ତି । ବାଇନାକୁଲର, ଗାଇଡ ବୁକ୍ ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି । ସକାଳ ୫ ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ୧୦ଟା ପର୍ୟ୍ୟନ୍ତ ଚାଲିବ। ଗଣନା ସମୟରେ ଅସ୍ତରଙ୍ଗ ବନଖଣ୍ଡ ମଧ୍ୟ୍ୟକୁ ସମସ୍ତ ଙ୍କୁ ବାରଣ କରାଯାଇଛି । ଏପରିକି ପକ୍ଷୀ ଥିବା ଅଞ୍ଚଳ ରେ ମସ୍ୟଜୀବୀ ଙ୍କ ମାଛ ଧରା ଉପରେ କଟକଣା କରାଯାଇଛି ।
Views: 78